ଦେଶ- ବିଦେଶ

ଆରମ୍ଭ ହେଲା ସୁନିତାଙ୍କ ଘରବାହୁଡ଼ା ପ୍ରକ୍ରିୟା

ୱାଶିଂଟନ: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)ରୁ ଅବତରଣ କରିବାକୁ ଯାଉଛନ୍ତି। ଏବେ ଜାଣିବାକୁ ମିଳିଛି ଯେ ସେମାନଙ୍କର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ପ୍ରାରମ୍ଭରେ ସେମାନଙ୍କର ମିଶନ ବୋଇଂର ଷ୍ଟାରଲାଇନର୍ ମହାକାଶଯାନରେ ଏକ ସଂକ୍ଷିପ୍ତ ଆଠ ଦିନିଆ ପରୀକ୍ଷଣ ଉଡ଼ାଣ ଭାବରେ ଯୋଜନା କରାଯାଇଥିଲା। କିନ୍ତୁ ସେମାନଙ୍କ ଯାନରେ ଅପ୍ରତ୍ୟାଶିତ ଯାନ୍ତ୍ରିକ ସମସ୍ୟା ଯୋଗୁ ଏହାକୁ ବୃଦ୍ଧି କରାଯାଇଥିଲା।

ୱିଲିୟମ୍ସ ୱିଲମୋର ଏବଂ ଅନ୍ୟ ଦୁଇ ଜଣଙ୍କ ସହ ମହାକାଶରୁ ପୃଥିବୀକୁ ଫେରି ଆସୁଛନ୍ତି ସୁନିତା। ଗତବର୍ଷ ଜୁନ୍ ମାସରୁ ମହାକାଶଚାରୀମାନେ ଆଇଏସ୍‌ଏସରେ ଅଛନ୍ତି। ବୋଇଂ ଷ୍ଟାରଲାଇନର ମହାକାଶଯାନର ପ୍ରଥମ କ୍ରୁ ମିଶନ ପରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ଅନୁପଯୁକ୍ତ ବୋଲି ବିବେଚିତ ହୋଇଥିଲା।

ଷ୍ଟାରଲାଇନରର ପ୍ରଚଳନ ସମସ୍ୟା ପାଇଁ ଏକ ବିକଳ୍ପ ଯୋଜନା ଆବଶ୍ୟକ ହୋଇଥିଲା, ଯାହା ଫଳରେ ସେମାନଙ୍କୁ କ୍ରୁ-୯ ମିଶନରେ ଅନ୍ତର୍ଭୁକ୍ତ କରାଯାଇଥିଲା।

 ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଶେଷରେ ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ପକ୍ଷରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସୂଚୀ ପ୍ରକାଶ କରାଯାଇଛି। ୱିଲିୟମ୍ସ ଓ ୱିଲ୍ମୋର ମାର୍ଚ୍ଚ ୧୮,୨୦୨୫ ମଙ୍ଗଳବାର ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲରେ ଆଇଏସ୍ଏସ୍‌ରୁ ବାହାରି ପୃଥିବୀକୁ ଯାତ୍ରା ଆରମ୍ଭ କରିବେ।

Leave a Reply

Your email address will not be published. Required fields are marked *