Uncategorized

ଶିଶୁକନ୍ୟାର ମାତାପିତା ହେଲେ ସୀମା ହାଇଦର-ସଚିନ୍ ମୀନା

ନୂଆଦିଲ୍ଲୀ: ପାକିସ୍ତାନରୁ ଅବୈଧ ଭାବରେ ତାଙ୍କ ୪ ପିଲାଙ୍କ ସହିତ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ସ୍ୱାମୀ ସଚିନ ମୀନା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ମଙ୍ଗଳବାର ଭୋର ୪ଟାରେ ସୀମା ଏବଂ ସଚିନଙ୍କ ଔରସରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ଜଣାଯାଇଛି। ସୀମାଙ୍କୁ ନିଜର ଭଉଣୀ ବୋଲି ମାନୁଥିବା ସୁପ୍ରିମକୋର୍ଟର ଓକିଲ ଏପି ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସୀମା ଘରୋଇ ହସ୍ପିଟାଲରେ ସାଧାରଣ ପ୍ରସବ ମାଧ୍ୟମରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ଘରକୁ ଦେବୀ ଲକ୍ଷ୍ମୀ ଆସିଛନ୍ତି।

ଅନ୍ୟପକ୍ଷରେ ସଚିନ୍ କହିଛନ୍ତି ଯେ, ଆମ ପାଇଁ ଏବଂ ସମଗ୍ର ପରିବାର ପାଇଁ ଏହା ଏକ ଖୁସିର ଅବସର। ମାଆ ଏବଂ ପିଲା ଉଭୟ ସୁସ୍ଥ ଅଛନ୍ତି। ନାମକରଣ ପ୍ରକ୍ରିୟାରେ, ଆମେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କଠାରୁ ନାମ ପରାମର୍ଶ ନେବୁ।

Leave a Reply

Your email address will not be published. Required fields are marked *