କଳାହାଣ୍ଡି କପ୍: ସୂର୍ଯ୍ୟ, ସୁକେଶଙ୍କ ଶତକ; ରାମଚନ୍ଦ୍ରଙ୍କୁ ୫ ୱିକେଟ୍
କଟକ: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାରଠୁ ଓଡ଼ିଶାର ବିଭିନ୍ନ ପଡ଼ିଆରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ପୂର୍ବତଟ ରେଳବାଇ, ନବରଙ୍ଗପୁର, ଯାଜପୁର, କଟକ-ଏ, ବୌଦ୍ଧ, ଖୋର୍ଦ୍ଧା, ଭୁବନେଶ୍ବର-ବି, ପାରଦୀପ ଓ ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି। ରେଳବାଇର ସୂର୍ଯ୍ୟକାନ୍ତ ପ୍ରଧାନ ଓ ନବରଙ୍ଗପୁରର ସୁକେଶ ହୀରାଙ୍କ ଶତକ ହାସଲ କରିଥିଲା ବେଳେ କଟକ-ଏ’ର ରାମଚନ୍ଦ୍ର ବେହେରା ୫ ୱିକେଟ୍ ସଫଳତା ପାଇଛନ୍ତି।
ରେଭେନ୍ସା ପଡ଼ିଆ ନଂ-୧ରେ ଖୋଯାଇଥିବା ମ୍ୟାଚ୍ରେ ପୂର୍ବତଟ ରେଳବାଇ ୧୨୧ ରନ୍ରେ କୋରାପୁଟକୁ ପରାସ୍ତ କରିଛି। ପୂର୍ବତଟ ରେଳବାଇ ୯ ୱିକେଟ୍ ହରାଇ ୨୮୦ ରନ୍ କରିଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ (୬୭ ବଲ୍ରୁ ୧୦୩ ରନ୍) ଶତକ ଅର୍ଜନ କରିଥିଲେ। ଜବାବରେ କୋରାପୁଟ ୩୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୯ ରନ୍ କରିପାରିଥିଲା। ରେଭେନ୍ସା ପଡ଼ିଆ ନଂ-୨ରେ ନବରଙ୍ଗପୁର ୧ ୱିକେଟରେ ମୟୂରଭଞ୍ଜକୁ ହରାଇଛି। ମୟୂରଭଞ୍ଜ ୨୫୯/୮ କରିଥିଲା। ଜବାବରେ ନବରଙ୍ଗପୁର ୪୯.୨ଓଭରରେ ୯ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ନବରଙ୍ଗପୁର ପକ୍ଷରୁ ସୁକେଶ ହୀରା ଅପରାଜିତ ୧୦୪ ରନ୍ କରିଥିଲେ।