ଦୀର୍ଘ ୯ ମାସ ପରେ ଆଜି ମହାକାଶରୁ ଫେରିବେ ସୁନୀତା
ନୂଆଦିଲ୍ଳୀ: ଦୀର୍ଘ ୯ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ଓ ବୁଚ୍ ୱିଲମୋର । ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ଫସି ରହିଥିବା ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବୈଜ୍ଞାନିକମାନେ ଫେରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ସେମାନଙ୍କ ଏହି ପ୍ରସ୍ତୁତିର ଏକ ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି ।
ଯେଉଁଥିଲେ ଉଭୟ ସୁନୀତା ଓ ବୁଚ୍ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି । ୯ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିବେ । ଆଉ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ସ୍ପେଶ୍ କ୍ରାଫ୍ଟ ଜରିଆରେ ସେମାନେ ଫେରିବେ । ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସୁନୀତା ଓ ବୁଚ୍ । ଆଜି ସକାଳ ୧୦ଟା ୪୫ରେ ଆରମ୍ଭ ହେବ ଅନ୍ ଡକିଂ ପ୍ରକ୍ରିୟା । ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରୁ ଅନ୍ ଡକିଂ କରିବା ପରେ ପୃଥିବୀ ପୃଷ୍ଠ ଆଡକୁ ଆସିବେ ।
ଆଉ ଆସନ୍ତାକାଲି ଭୋର ସାଢେ ୩ଟାରେ ପୃଥିବୀରେ ପହଞ୍ଚିବେ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ମାସ ହେବ ଫସି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ ।